ବାରାଣସୀରୁ ନାମାଙ୍କନ ଭରିଲେ ନରେନ୍ଦ୍ର ମୋଦି, ତୃତୀୟ ଥର ବିଜୟୀ ହେବାକୁ ଆଶାୟୀ

News18 Odia Digital

Narendra Modi: ଆଜି ନାମାଙ୍କନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ମୋଦି ପହଞ୍ଚିଥିଲେ । ନାମାଙ୍କନ ପୂର୍ବରୁ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିତିଲେ । ବାରାଣସୀରୁ ତୃତୀୟ ଥର ପାଇଁ ନାମାଙ୍କନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ସାଢ଼େ ୧୧ଟାରେ ନାମାଙ୍କନ କରିଛନ୍ତି ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ କରିଛନ୍ତି । ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ମୋଦି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ରହିଥିଲେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ସପ୍ତମ ପର୍ଯ୍ୟାୟ ମତଦାନ ବେଳେ ଜୁନ ୧ ତାରିଖରେ ଉତ୍ତରପ୍ରଦଶର ଏହି ଆସନରେ ଭୋଟିଂ ହେବ । ବିଜେପିର ଟାଣୁଆ ନେତାଙ୍କ ସହ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କନ ବେଳେ ଉପସ୍ଥିତ ରହିଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେସେ ନମୋ ଘାଟ୍‌ରେ ପହଞ୍ଚି କାଳ ଭୈରବଙ୍କ ଦର୍ଶନ କରିଥିଲେ । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ । ସେ କହିଥିଲେ ଏହାକୁ ତୁଳନା କରିହେବନାହିଁ ।

‘X’ରେ କାଶୀରେ ପୂଜାର୍ଚ୍ଚନା ନେଇ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ କାଶୀକୁ କେତେ ଭଲ ପାଆନ୍ତି ଓ ଗଙ୍ଗାନଦୀକୁ ନେଇ ବର୍ଣ୍ଣନା କରିଥିଲେ । ଭିଡିଓରେ ମୋଦି କହିଛନ୍ତି, “୨୦୧୪ରେ ମୁଁ ଯେତେବେଳେ କାଶୀ ଆସିଥିଲି, ମୋତେ ଲାଗି ମା ଗଙ୍ଗା ମୋତେ ଏଠାକୁ ନିମନ୍ତ୍ରଣ ଦେଇଛନ୍ତି । ଆଜି ୧୦ ବର୍ଷ ପରେ ଗଙ୍ଗା ମାତା ମୋତେ କୋଳେଇ ନେଇଥିବା ମନେ ହେଉଛି ।”

ନୋମନେଶନ ପୂର୍ବରୁ ସୋମବାର ବାରଣାସୀରେ ଜୋରଦାର ରୋଡ୍‌ ଶୋ’ କରିଥିଲେ । ଏଠାରେ ୬କିମି ରୋଡ୍‌ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ରେ ପ୍ରଥମ ଥରପାଇଁ ବାରଣାସୀରେ ନିର୍ବାଚନ ଲଢ଼ିଥିଲେ । ଏହାପରେ ୨୦୧୯ରେ ସେ ବିଜୟ ହାସଲ କରିଥିଲେ । ଏବେ ତୃତୀୟ ଥରପାଇଁ ସେ ପ୍ରଧାନମନ୍ତ୍ରୀ ମଙ୍ଗ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଦେଶରେ ଏବେ ନିର୍ବାଚନ ଲାଗି ରହିଛି । ଏବେ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ  ହୋଇଛି । ଏହି କ୍ରମରେେ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରରେ ବି ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଥିବା ନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

news portal development company in india
marketmystique
Recent Posts

ଦାବି ପୂରଣ ନହେଲେ ଗୁରୁଦିବସ କୁ କଳା ଦିବସ ପାଳନ ର ଚେତାବନୀ ସ୍କୁଲ କଲେଜ ସମନ୍ଵୟ ସମିତି ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡ଼ା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ନୂଆପଡ଼ା ସ୍କୁଲ କଲେଜ ସମନ୍ଵୟ ସମିତି ତରଫ ରୁ ନୂଆପଡ଼ା ସଦର ମହକୁମା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ । ଏହି ଅବସରରେ ଏକ ଛଅ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିଥିଲେ । ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନେସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଭଳି ଦାବି ଉପସ୍ଥାପନ କରିଥିଲେ l ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରି ଥିବା ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖ ଦିନ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ରାଜ୍ୟ ର ହଜାର ହଜାର ଶିକ୍ଷକ ଧାରଣା ଦେବା ସହ ଆସନ୍ତା ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିବେ ବୋଲି ଶିକ୍ଷକ ସମୂହ ଚେତାବନୀ ଦେଇଛନ୍ତି ।