
Rep.- Debananda Tandi- Nuapada
Date-08.08.2025
ବର୍ତ୍ତମାନ ରାଜ୍ୟ ବ୍ୟାପି ନାରୀ ନିର୍ଯ୍ୟାତନା ବନ୍ଦ ସହ ଆଇନ ଶୃଙ୍ଖଳା ବିରୁଦ୍ଧ ରେ ବିଭିନ୍ନ ରାଜନୈତିକ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷ ରୁ ପ୍ରଥମେ ଖଡ଼ିଆଳ, ବୋଡ଼େନ, ସିନାପାଲି ଓ କୋମନା ଥାନା ଘେରାଉ କରି ରାଜ୍ୟ ସରକାର ଙ୍କ ବିରୁଦ୍ଧ ରେ ଗର୍ଜୀ ପୋଲିସ ମହା ନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ଜିଲ୍ଲା ର ହଜାର ହଜାର ଯୁବକ ଯୁବତୀ ଙ୍କ ସହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନୂଆପଡ଼ା ସହର ପରିକ୍ରମା କରି ନୂଆପଡ଼ା ଏସପି ଙ୍କ କାର୍ଯ୍ୟାଳୟ କୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନ ରେ ଜିଲ୍ଲା ବିଜେଡି ର ବରିଷ୍ଠ ନେତ୍ରୁ ବୃନ୍ଦ ଙ୍କ ସହ ଯୁବ ଛାତ୍ରଛାତ୍ରୀ ବିଜେପି ସରକାର ଓ ପୋଲିସ ର ଅପାରଗତା କୁ ଭର୍ତ୍ସନା କରିବା ସହ ନାରୀ ସୁରକ୍ଷା ସହ ରାଜ୍ୟ ରେ ନାରୀ ନିର୍ଯ୍ୟାତନା ବନ୍ଦ ସହ ପୀଡ଼ିତା ମାନଙ୍କୁ ଉଚିତ ନ୍ୟାୟ ନଦେଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଅଖଚକ୍ ବନ୍ଦ ସହ ଭୟାବହ ଆନ୍ଦୋଳନ ହେବ ସେଥିପାଇଁ ରାଜ୍ୟସରକାର ସହ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେବା ସହ ନୂଆପଡ଼ା ଏସପି ଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।






