ପ୍ରାର୍ଥୀପତ୍ର ଦାଖଲ ପରେ କଟିଗଲା ଟିକେଟ୍‌, ନିରାଶ ହୋଇ ଫେରିଲେ BJP ନେତା bjp changes its candidate in soro assembly constituency – News18 ଓଡିଆ

2024 Election: ନାମାଙ୍କନ ପରେ କଟିଗଲା ଟିକେଟ୍ । ନିରାଶ ହେଲେ ରାଜେନ୍ଦ୍ର ଦାସ । ବାଲେଶ୍ବର ଜିଲ୍ଲା ସୋର ଆସନରେ ଦେଖିବାକୁ ମିଳିଛି ଏଭଳି ହାଇଡ୍ରାମା । ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନରେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଆଜି ନାମାଙ୍କନର ଶେଷ ଦିନରେ ରାଜେନ୍ଦ୍ର ଦାସ ଶୋଭାଯାତ୍ରାରେ ଯାଇ ବାଲେଶ୍ବର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଠିକ୍ ସେଇ ସମୟରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ ।

କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପର୍ଶୁରାମ ଧଡ଼ା ମଧ୍ୟ ଶୋଭାଯାତ୍ରା କରି ପହଞ୍ଚିଥିଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର । ପର୍ଶୁରାମ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । ପ୍ରକୃତରେ ବିଜେପି କାହାକୁ ପ୍ରାର୍ଥୀ କରିଛି, ତାକୁ ନେଇ ସସପେନ୍ସ ଲାଗି ରହିଥିଲା ।

ପଢନ୍ତୁ:
2024 Election: ଛେଣ୍ଡିପଦାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ରୋଡ୍‌ ସୋ’, BJD ଉପରେ ବର୍ଷିଲେ

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପର୍ଶୁରାମ କହିଥିଲେ ଯେ ଅପରାହ୍ନ ସୁଦ୍ଧା ଅପେକ୍ଷା କରନ୍ତୁ, କିଏ ବିଜେପି ପ୍ରାର୍ଥୀ ଜଣାପଡ଼ିଯିବ । ପର୍ଶୁରାମଙ୍କ କଥା ସତ ହୋଇଥିଲା । ଅପରାହ୍ନରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ରାଜେନ୍ଦ୍ର ଦାସ ନୁହଁନ୍ତି, ପର୍ଶୁରାମ ଧଡ଼ା ହେଉଛନ୍ତି ବିଜେପିର ପ୍ରାର୍ଥୀ । ଏହା ପରେ ପ୍ରାର୍ଥୀ ଅନିଶ୍ଚିତତାର ଘଟିଥିଲା ଅନ୍ତ ।

ପଢନ୍ତୁ:
T20 World cup: ବିଶ୍ବକପ୍‌ର ୧୧ ଜଣିଆ ଦଳରୁ ପାଣ୍ଡ୍ୟା ଓ ପନ୍ତ ବାଦ୍‌! ଏମିତି ରହିବ ଭାରତର ପ୍ଲେଇଂ 11

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

news portal development company in india
marketmystique
Recent Posts

ଦାବି ପୂରଣ ନହେଲେ ଗୁରୁଦିବସ କୁ କଳା ଦିବସ ପାଳନ ର ଚେତାବନୀ ସ୍କୁଲ କଲେଜ ସମନ୍ଵୟ ସମିତି ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡ଼ା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ନୂଆପଡ଼ା ସ୍କୁଲ କଲେଜ ସମନ୍ଵୟ ସମିତି ତରଫ ରୁ ନୂଆପଡ଼ା ସଦର ମହକୁମା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ । ଏହି ଅବସରରେ ଏକ ଛଅ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିଥିଲେ । ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନେସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଭଳି ଦାବି ଉପସ୍ଥାପନ କରିଥିଲେ l ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରି ଥିବା ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖ ଦିନ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ରାଜ୍ୟ ର ହଜାର ହଜାର ଶିକ୍ଷକ ଧାରଣା ଦେବା ସହ ଆସନ୍ତା ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିବେ ବୋଲି ଶିକ୍ଷକ ସମୂହ ଚେତାବନୀ ଦେଇଛନ୍ତି ।