2024 Election: ଅନୁଗୁଳ ଛେଣ୍ଡିପଦାରେ ବିଶାଳ ରୋଡ୍ ସୋ’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କୋଶଲା ଠାରୁ ଆରମ୍ଭ ହୋଇଥିଲା ଏହି ରୋଡ୍ ଶୋ । ହଜାର ହଜାର ଜଳୀୟ ସମର୍ଥକ ଓ କର୍ମୀଙ୍କୁ ନେଇ ଛେଣ୍ଡିପଦା, ବାଗେଡ଼ିଆ ଓ ପାତ୍ରପଡା ପର୍ଯ୍ୟନ୍ତ ପାଖାପାଖି ୧୨କିମି ହୋଇଥିଲା ଏହି ରୋଡ଼ ସୋ । ଧର୍ମେନ୍ଦ୍ରଙ୍କ ସହ ଏହି ବିଶାଳ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଓ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।
ପଢନ୍ତୁ:
PM Modi Exclusive: ‘ଗୋଧ୍ରା ହିଂସାକାଣ୍ଡରେ ମୋ ଛବିକୁ ଖରାପ କରାଯାଇଥିଲା, ତାହା ଭୁଲ ପ୍ରମାଣିତ ହୋଇଛି’
ଏହି ଅବସରରେ କୋଶଲା ରାମଚଣ୍ଡୀ ଓ ପାତ୍ରପଡା ବାୟାଣୀ ପୀଠରେ ପୂଜାର୍ଚନା କରି ମାଆଙ୍କ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ରୋଡ଼ ସୋ ପରେ ପାତ୍ରପଡ଼ା ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁରେ ପାଇପ ଯୋଗେ ପିଇବା ପାଣି ନାହିଁ, ଚାଷ ଜମିକୁ ଜଳ ସେଚନ ନାହିଁ, ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି, ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ନେତା ଗାଳି ଗୁଳଜ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କିଏ ବୋଲି ପ୍ରଶ୍ନ କରୁଛନ୍ତି । ଆସନ୍ତା ୨୫ତାରିଖରେ ପଦ୍ମ ଫୁଲରେ ଭୋଟ୍ ଦେଇ ଏହାର ଜବାବ ଦେବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ପଢନ୍ତୁ:
T20 World cup: ବିଶ୍ବକପ୍ର ୧୧ ଜଣିଆ ଦଳରୁ ପାଣ୍ଡ୍ୟା ଓ ପନ୍ତ ବାଦ୍! ଏମିତି ରହିବ ଭାରତର ପ୍ଲେଇଂ 11
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






