Bhubaneswar:ଭୋଟର କହିଲେ ଏଥର ଉତ୍ତର ଭୁବନେଶ୍ୱରରେ ପ୍ରିୟଦର୍ଶୀ ମିଶ୍ର 

News18Local

ଭୁବନେଶ୍ବର: ବାଜିଲାଣି ନିର୍ବାଚନ ର ବିଗୁଲ।ରାଜଧାନୀରେ ମତଦାନ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି।ଜନତାଙ୍କ ଫୈସଲା ଉପରେ ଏବେ ସଭିଙ୍କ ନଜର।ତେବେ ୟା ଭିତରେ ବିଜେଡି ଶାସିତ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଶୁଭୁଛି ପରିବର୍ତ୍ତନର ସ୍ୱର।ଜନତାଙ୍କ ମତ,ଏଥର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ହେବେ ଜିତାପଟ।ତେବେ ଆସନ୍ତୁ ଜାଣିବା ନିର୍ବାଚନ ର ଏ ମହାପର୍ବ ବିଷୟ ରେ କଣ କହୁଛନ୍ତି ଜନତା।
ଦୀର୍ଘ ବର୍ଷ ଧରି ବିଜେଡି ରେ ରହିବା ପରେ ପ୍ରିୟଦର୍ଶୀ ମିଶ୍ର କରିଛନ୍ତି ଦଳ ପରିବର୍ତ୍ତନ।ସେ ବିଧାୟକ ଥିବା ସମୟରେ କରିଥିବା ପ୍ରତିଶୃତି କୁ ପୂରଣ କରିବା ପାଇଁ ଦଳ ସମର୍ଥନ ନ କରିବା ତଥା ଦଳରେ ତାଙ୍କୁ ଅଣଦେଖା କରିବା ଯୋଗୁ ସେ ଦଳ ପରିବର୍ତ୍ତନ କରିବା କଥା କୁହନ୍ତି ପ୍ରିୟଦର୍ଶୀ ମିଶ୍ର।ତେବେ ଏହି ଦଳ ପରିବର୍ତ୍ତନର କୌଣସି ପ୍ରଭାବ ପଡିନି ପ୍ରିୟଦର୍ଶୀ ମିଶ୍ରଙ୍କ ଲୋକପ୍ରିୟତା ଉପରେ।ଏଥର ଜନତା ସତ୍ୟତା ବୁଝୁଛନ୍ତି ଏବଂ ନିହାତି ଭାବେ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ମତ ଦିଅନ୍ତି ସମର୍ଥକ ।

ରିପୋର୍ଟ: ସୋମଦତ୍ତା ମିଶ୍ର

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

news portal development company in india
marketmystique
Recent Posts

ଦାବି ପୂରଣ ନହେଲେ ଗୁରୁଦିବସ କୁ କଳା ଦିବସ ପାଳନ ର ଚେତାବନୀ ସ୍କୁଲ କଲେଜ ସମନ୍ଵୟ ସମିତି ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡ଼ା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ନୂଆପଡ଼ା ସ୍କୁଲ କଲେଜ ସମନ୍ଵୟ ସମିତି ତରଫ ରୁ ନୂଆପଡ଼ା ସଦର ମହକୁମା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ । ଏହି ଅବସରରେ ଏକ ଛଅ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିଥିଲେ । ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନେସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଭଳି ଦାବି ଉପସ୍ଥାପନ କରିଥିଲେ l ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରି ଥିବା ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖ ଦିନ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ରାଜ୍ୟ ର ହଜାର ହଜାର ଶିକ୍ଷକ ଧାରଣା ଦେବା ସହ ଆସନ୍ତା ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିବେ ବୋଲି ଶିକ୍ଷକ ସମୂହ ଚେତାବନୀ ଦେଇଛନ୍ତି ।