News18 Odia Digital
First Phase Election Analysis: ପ୍ରଥମ ପର୍ଯ୍ୟାୟରେ ଇଭିଏମରେ ସିଲ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟରେ ମତଦାନ ପ୍ରତିଶତ ବି ଉତ୍ସାହଜନକ। ହେଲେ କେତେ ଉତ୍ସାହିତ ଦଳ। ପ୍ରଥମ ପର୍ଯ୍ୟାୟରେ କିଏ କେତେ ସିଟ୍ ଜିତିବ ସେନେଇ ଆକଳନ ଲଗାଇଛନ୍ତି ବିଜେଡି,ବିଜେପି ଓ କଂଗ୍ରେସ।
ପ୍ରଥମ ପର୍ଯ୍ୟାୟରେ ଭୋଟ ହାର ଉତ୍ସାହଜନକ। ଆଉ ଭୋଟ ସରିବା ପରେ ତିନି ଦଳ ବି ଉତ୍ସାହିତ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଭିତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା।
ପ୍ରଥମ ପର୍ଯ୍ୟାୟ ଫଳାଫଳ ନିଜ ସପକ୍ଷରେ ଯିବା ନେଇ ଦାବି ରଖିଛି ଶାସକ ଦଳ। ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି ୨୮ ବିଧାନସଭା ଆସନରୁ ୨୪ଟି ଜିତିବ ଶାସକ ଦଳ। ଅବଶିଷ୍ଟ ୪ ଆସନରୁ ୨ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ସହ ଲଢେଇ ହୋଇଥିବା ଦାବି କରିଛି ବିଜେଡି।
୪ ସଂସଦୀୟ କ୍ଷେତ୍ରରୁ ବି ୨୦୧୯ ତୁଳନାରେ ବିଜେଡି ଭଲ କରିବ। କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନୁହେଁ ବାକି ତିନିଟି ପର୍ଯ୍ୟାୟରେ ବି ବିଜେଡି କ୍ଲିନ ସ୍ଵିପ କରିବ ବୋଲି ଆକଳନ କରିଛନ୍ତି ଭି.କେ. ପାଣ୍ଡିଆନ।
ସେପଟେ ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୧୮ ବିଧାନସଭା ଏବଂ ୪ ଲୋକସଭା ଜିତିବ ଦଳ। ଏବଂ ରାଜ୍ୟରେ ୨୧ରୁ ୧୬ରୁ ଅଧିକ ଲୋକସଭା ଆସନ ଏବଂ ବିଧାନସଭାରେ ମଧ୍ୟ ସ୍ପଷ୍ଟ ବହୁମତ ବିଜେପି ସପକ୍ଷରେ ଯିବ।
Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…
ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି କେବଳ ୪ ଲୋକସଭା ଓ ୨୮ ବିଧାନସଭା ନୁଁହେ ବରଂ ସାରା ରାଜ୍ୟରେ ଦଳ ମୁଖ୍ୟ ଭୂମିକାରେ ରହିବ।
ପଢ଼ନ୍ତୁ ଏହି ଖବର:
ଲାଗୁ ହେବ 8th pay commission! କର୍ମଚାରୀଙ୍କୁ ମିଳିବ ଅଧିକ ଦରମା…
ସେପଟେ ସମୀକ୍ଷକଙ୍କ ମତରେ ପ୍ରଥମ ପର୍ଯ୍ୟାୟରେ କିଛି ଆସନରେ ବିଜେଡ଼ି ଏବଂ କଂଗ୍ରେସ ଏବଂ କିଛି ଆସନରେ ବିଜେଡି ଏବଂ ବିଜେପି ମଧ୍ୟରେ ଲଢେ଼ଇ ହୋଇଛି। କିନ୍ତୁ ପ୍ରାୟ ସବୁ ଆସନରେ ବିଜେଡି ସହ ହିଁ ବିରୋଧୀଙ୍କ ଲଢେଇ ହୋଇଛି। ଆଉ ଲୋକସଭାରେ ପ୍ରାୟ ଆସନରେ ତ୍ରିମୁଖୀ ଲଢେଇ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ବିଜେଡି ପକ୍ଷରେ ମତଦାନ ରହିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।
ପଢ଼ନ୍ତୁ ଏହି ଖବର:
ଛୁଟି ଘୋଷଣା! ମେ ୨୦ରେ ସ୍କୁଲ, କଲେଜ, ସରକାରୀ ଅଫିସ ସହ ବନ୍ଦ ରହିବ ବ୍ୟାଙ୍କ…
ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି। ଜୁନ ୧ରେ ଶେଷ ପର୍ଯ୍ୟାୟ ଭୋଟ। ଆଉ ଜୁନ ୪ରେ ଜଣାପଡିବ କାହାର ସପକ୍ଷରେ ଯାଇଛି ଜନମତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






