ଆଗାମୀ ୨ ଦିନ କମ୍ପିବ ଓଡ଼ିଶା; ନବୀନ, ଶାହ, ରାହୁଲ କରିବେ ଜୋରଦାର ପ୍ରଚାର

News18 Odia Digital

2024 Elections: ସାରା ଓଡ଼ିଶା ବୁଲି ଜନସଭାରେ ବିଜେଡି ପାଇଁ ଭୋଟ୍ ମାଗୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ତାରିଖରେ ଭୁବନେଶ୍ବରରେ କରିବେ ରୋଡ୍ ଶୋ। ସେପଟେ ଆସନ୍ତାକାଲି ବିଜେପି ଓ କଂଗ୍ରେସର ଦୁଇ ତୁଙ୍ଗ ନେତା ଓଡ଼ିଶାରେ କରିବେ ପ୍ରଚାର।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋରଡ଼ା, ବୌଦ୍ଧରେ ମାରାଥନ ପ୍ରଚାର କରିବା ପରେ ସନ୍ଧ୍ୟାରେ କଟକରେ କରିବେ ରୋଡ୍ ଶୋ। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ବଲାଙ୍ଗିରରେ ଜନସଭା କରି ମାଗିବେ ଭୋଟ୍।

କମ୍ପୁଛି ଓଡ଼ିଶାର ପ୍ରଚାର ମୈଦାନ। ତିନି ଦଳର ତୁଙ୍ଗ ନେତା ତୁହାକୁ ତୁହା କରୁଛନ୍ତି ପ୍ରଚାର। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ମାରାଥନ ପ୍ରଚାର କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ କରିବେ ରୋଡ୍ ଶୋ।

ଗଙ୍ଗନଗର ଛକରୁ ରୂପାଲି ଛକ ଯାଏ ରୋଡ୍ ଶୋ’ ହେବ। ଗଙ୍ଗନଗର ଛକରୁ ନବୀନ ରୋଡ୍‌ ଶୋ’ରେ ବାହାରି LIC ଅଫିସ ଛକ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ , ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବେ।

ଡିସିପି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ ବେଳେ ବ୍ୟାରିକେଡ଼ିଂ କରାଯିବ। ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ୍‌ ଶୋ’ ସମୟରେ ସିନିଅର ପୋଲିସ ଅଫିସରମାନେ ଉପସ୍ଥିତ ରହିବେ। ଉଚ୍ଚ କୋଠାଗୁଡ଼ିକରେ ସୁରକ୍ଷାକର୍ମୀମାନେ ମଧ୍ୟ ନିୟୋଜିତ ରହିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଚାର କରିବାକୁ । ବୁଧବାର ଦିନ ସାଢ଼େ ୧୨ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହ। ସେଠାରୁ ସ୍ଵତନ୍ତ୍ର ବିମାନ ଯୋଗେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଯିବେ।

ସୋରଡ଼ା ଜନସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ । ସେଠାରୁ ବୌଦ୍ଧ ଯାଇ ଦଳୀୟ ସମାବେଶରେ ଯୋଗ ଦେବେ । ସୋରଡ଼ା ଓ ବୌଦ୍ଧ ସଭା ପରେ କଟକରେ ଶାହ କରିବେ ବଡ଼ ରୋଡ୍ ଶୋ’ । ଅପରାହ୍ନ ୬ଟାରୁ ୭ଟା ରହିଛି ରୋଡ୍ ଶୋ’ କାର୍ଯ୍ୟକ୍ରମ ।

ଗୋପବନ୍ଧୁ ପାର୍କ ଛକରୁ ରୋଡ୍‌ ଶୋ’ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର, ନୟାସଡ଼କ ହୋଇ ଚାନ୍ଦିନୀଚୌକରେ ପହଞ୍ଚିବ ।

Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…


Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…

ରୋଡ୍‌ ଶୋ’ ପରେ ଅମିତ ଶାହ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିବା କାର୍ଯ୍ୟକ୍ରମ ଥିବାରୁ ତା’ର ୫ ଦିନ ପୂର୍ବରୁ ଶାହଙ୍କ ଗସ୍ତ ବିଜେପି ଶିବିରରେ ଢେର ଉତ୍ସାହ ଭରିଦେଇଛି। ଶାହଙ୍କ ରୋଡ୍‌ ଶୋ’ ନେଇ କଟକ ନଗର ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି।

ପଢ଼ନ୍ତୁ ଏହି ଖବର: 
ଆସିଲା ବଡ଼ ଖବର: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ୍, ମିଳିବ ଏହି ଲାଭ…

ବୁଧବାର ବଲାଙ୍ଗିର ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ଆସି ବଲାଙ୍ଗିର ମନୋହରପୁର ପଡ଼ିଆରେ ଓହ୍ଲାଇବେ ରାହୁଲ।

ଦିନ ପ୍ରାୟ ୧୧ଟା ବେଳେ ଆର. ଟି. ଓ ଛକରୁ କୋଶଳ କଳା ମଣ୍ଡଳ ପଡିଆ ଯାଏଁ ବିରାଟ ବାଇକ ରାଲିରେ ବାହାରିବେ ରାହୁଲ। କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ସଭାରେ ପ୍ରଚାର କରିବେ। ରାହୁଲଙ୍କ ସହ ତେଲଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମାଲ୍ଲୁ ଭାଟ୍ଟି ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ରହିବେ।

ପଢ଼ନ୍ତୁ ଏହି ଖବର: 
Employees Promotion: କର୍ମଚାରୀଙ୍କ ପାଇଁ ଭଲ ଖବର; ମିଳିବ ପ୍ରମୋସନ୍‌ର ଲାଭ

ସେହିପରି ୧୬ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। କନ୍ଧମାଳରେ ସଭା କରିବେ ଖଡଗେ ।..

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

news portal development company in india
marketmystique
Recent Posts

ଦାବି ପୂରଣ ନହେଲେ ଗୁରୁଦିବସ କୁ କଳା ଦିବସ ପାଳନ ର ଚେତାବନୀ ସ୍କୁଲ କଲେଜ ସମନ୍ଵୟ ସମିତି ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡ଼ା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ନୂଆପଡ଼ା ସ୍କୁଲ କଲେଜ ସମନ୍ଵୟ ସମିତି ତରଫ ରୁ ନୂଆପଡ଼ା ସଦର ମହକୁମା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ । ଏହି ଅବସରରେ ଏକ ଛଅ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିଥିଲେ । ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନେସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଭଳି ଦାବି ଉପସ୍ଥାପନ କରିଥିଲେ l ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରି ଥିବା ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖ ଦିନ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ରାଜ୍ୟ ର ହଜାର ହଜାର ଶିକ୍ଷକ ଧାରଣା ଦେବା ସହ ଆସନ୍ତା ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିବେ ବୋଲି ଶିକ୍ଷକ ସମୂହ ଚେତାବନୀ ଦେଇଛନ୍ତି ।