News18 Odia Digital
Pradeep Panigrahi: ଶେଷରେ ଗିରଫ ହେଲେ ଶିବଶଙ୍କର ଦାସ । ବ୍ରହ୍ମପୁରର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଗିରଫ । ବ୍ରହ୍ମପୁର BJP ସାଂସଦ ପ୍ରାର୍ଥୀ ତଥା ହେଭିଓ୍ବେଟ୍ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବଶଙ୍କରଙ୍କୁ ଗିରଫ କଲେ ବ୍ରହ୍ମପୁର ପୋଲିସ । ଜାମିନ ନାମଞ୍ଜୁର ହେବାରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।
ପିଣ୍ଟୁ ଦାସ ପ୍ରଦୀପଙ୍କୁ ଆକ୍ରମଣ କରିବାର ଭିଡ଼ିଓ ସିସିଟିଭିରେ କଏଦ । ଗତକାଲି ରାତି ୯ଟାରେ ସମୟରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ ରହିଥିବା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩୩ ଓ ୧୩୪ ନମ୍ବର ବୁଥକୁ ଆସିଥିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ସେଠାରେ ଇଭିଏମ ଓ ଭିଭିପାଟ ମେସିନ ସିଲ ହୋଇନଥିବା ଦେଖି ନିର୍ବାଚନ ପର୍ଯ୍ୟବେକ୍ଷକକୁ ଫୋନ ଯୋଗେ ପ୍ରଦୀପ କହିଥିଲେ । ଏହାପରେ ବୁଥରୁ ବାହାରି ଗୋଷାଣୀ ନୂଆଗାଁ ଥାନା ଆଇଆଇସି ସହ ଆଲୋଚନା କରୁଥିବା ସମୟରେ ବ୍ରହ୍ମପୁର ସ୍ବାଧିନ ପ୍ରାର୍ଥୀ ଶିବ ଶଙ୍କର ଦାସ ହଠାତ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିବାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କୁ ତୁରନ୍ତ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପଢନ୍ତୁ:
ବଡ ଖବର, BJP ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ
ପ୍ରଦୀପ ପାଣିଗ୍ରାହୀଙ୍କ ଏତଲା ଆଧାରରେ ଗତକାଲି ରାତିରୁ ଶିବଶଙ୍କରଙ୍କୁ ଅଟକ ରଖିଥିଲା ବ୍ରହ୍ମପୁର ପୋଲିସ । ତାଙ୍କ ସମର୍ଥକମାନେ ଥାନାରେ ଆଗରେ ଧାରଣା ଦେବା ସହିତ ବିଭିନ୍ନ ନାରାବାଜି ଦେଇଥିଲେ । ତେବେ ସ୍ଥିତି ଅଣାୟତ ହେବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିବା ଜଣାପଡିଛି । ଅନ୍ୟପଟେ କାଲିଠୁ ଅଟକ ଥିବା ଶିବଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
ପଢନ୍ତୁ:
Odisha Weather: ବଙ୍ଗୋପସାଗରରେ ଆସୁଛି ବଡ ଲଘୁଚାପ ! ପ୍ରବଳ ବର୍ଷା ସମ୍ଭାବନା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






